ହାତ ନାହିଁ କି ଗୋଡ଼ ଠିକ୍ରେ କାମ କରୁନି । ହେଲେ ସେମାନେ ହାର ମାନିନାହାନ୍ତି। ଦିବ୍ୟାଙ୍ଗ ହେବା ପରେ ବି ରୋଜଗାର କରିବାର ନିଶା ସତେ ଯେମିତି ତାଙ୍କୁ ପାଗଳ କରିଦେଇଛି । ସକାଳୁ ସଂଜ…ପ୍ରତିଦିନ କାମ କରୁଛନ୍ତି । ସେତିକିରେ ଯେତିକି ରୋଜଗାର ହେଲା ସେତିକିରେ ବେଶ୍ ଖୁସିରେ ଅଛନ୍ତି ଦିବ୍ୟାଙ୍ଗ ଯୁବକ-ଯୁବତୀମାନେ ।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ…ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା ।