ଘରର ୩ ପିଲା ଦିବ୍ୟାଙ୍ଗ : ମିଳୁନି କୌଣସି ସରକାରୀ ସହାୟତା

ଷ୍ଠୁର ସାଜିଛି ଦଇବ, ସ୍ୱାଭିମାନ ଅଂଚଳରେ ବିତାଉଛନ୍ତି ଅଭିଶପ୍ତ ଜୀବନ । ୬ ପିଲାଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ ହେଲେ ମିଳିନି ସରକାରୀ ସାହାଯ୍ୟ । ଏବେ ବଡ଼ କଷ୍ଟରେ ଦିନ କାଟୁଛି ପରିବାର । ଦିବ୍ୟାଙ୍ଗ ହେବା ପରେ ଯନ୍ତ୍ରଣାରେ ଯୁଝି ହେଉଛନ୍ତି ପୂରା ପରିବାର ହେଲେ ମିଳୁନି ସରକାରୀ ସହାୟତା। ଅସହାୟରେ କାସୁଲୁଆମା କାଙ୍ଗାରୁ ପରିବାର। ସ୍ୱାଭିମାନ ଅଂଞ୍ଚଳରେ ରହୁଛନ୍ତି ସତ ହେଲେ ମିଳୁନି କୌଣସି ସରକାରୀ ସହାୟତା । ଏମାନଙ୍କ କଷ୍ଟ ଓ ଯନ୍ତ୍ରଣା ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ ଦିବ୍ୟାଙ୍ଗଙ୍କ ଲାଗି ସରକାର ମାଳମାଳ ଯୋଜନା କରୁଛନ୍ତି । ତାହା ଯାଉଛି କୁଆଡ଼େ?

ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର। ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା। କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର। ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।

Leave a Reply

Your email address will not be published. Required fields are marked *

Translate »